ଅପରାଧ ତାଜା ଖବର ତିନୋଟି ଗାଡି ସହ ଗଞ୍ଜେଇ ଜବତ : ୪ଜଣ ଗିରଫ SANKETKHABAR March 30, 2021 0 କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଖଜୁରିପଡ଼ା ଥାନା ଅଞ୍ଚଳରୁ ୧୮୮ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି। ଏହି ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହାଛଡ଼ା ଗୋଟିଏ ସ୍କର୍ପିଓ ଓ ୨ଟି ଆମ୍ବାସାଡର୍ କାର୍ ବି ଜବତ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କୌଣସି ସୂତ୍ରରୁ ଖବର ପାଇ କନ୍ଧମାଳ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଖଜୁରିପଡ଼ା ଥାନା ଅନ୍ତର୍ଗତ ଶଙ୍କରାଖୋଲରେ ସକାଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ୪ଜଣ ଲୋକ ସ୍କର୍ପିଓ ଓ ୨ଟି ଆମ୍ବାସାଡର୍ କାରରେ ୧୮୮ କିଲୋଗ୍ରାମ ଗଞ୍ଜେଇ ଚୋରାଚାଲାଣ କରୁଥିଲେ।ଅବକାରୀ ବିଭାଗର କର୍ମଚାରୀମାନେ ୧୮୮ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ଏହି ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ୪ ଅଭିଯୁକ୍ତ ହେଲେ ପ୍ରଦୀପ କୁମାର ଅଳିତା, ଆକାଶ କୁମାର ଚୌଧୁରୀ, ଦିଲୀପ କୁମାର ବେହେରା ଓ ଜିତେନ୍ଦ୍ର କୁମାର ବେହେରା। ଏହାଛଡ଼ା ସେମାନେ ବ୍ୟବହାର କରିଥିବା ଗୋଟିଏ ସ୍କର୍ପିଓ ଓ ୨ଟି ଆମ୍ବାସାଡର୍ କାର୍ ବି ଜବତ କରିଥିଲେ। Post Navigation Previous ପ୍ରବାସୀ ବୁଝିଲେ ଗାଁ ସମସ୍ୟା:ଶ୍ରମ ଓ ଅର୍ଥଦାନ କରି ପୁନରୁଦ୍ଧାର କଲେ ଜଳ ଉତ୍ସNext କନ୍ଧମାଳ ଜିଲ୍ଲା ବି.ଏଡ଼. ଶିକ୍ଷକ ସଂଘର କର୍ମକର୍ତ୍ତା ନିର୍ବାଚନ More Stories ତାଜା ଖବର ଯାଜପୁର ଯାଜପୁର ନଗର ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ SANKETKHABAR August 17, 2025 0 ତାଜା ଖବର ବିଶେଷ ଜଳଖିଆ ଖାଇବା ପାଇଁ ଧାଡିରେ ଛିଡା ହେଲେ କେନ୍ଦ୍ରମନ୍ତ୍ରୀ SANKETKHABAR August 17, 2025 0 ତାଜା ଖବର ଯାଜପୁର ରାଜ୍ୟ ଯାଜପୁରରୋଡ-ଧାମରା ରେଳପଥ ପ୍ରକଳ୍ପ ପାଇଁ ହେବ ଜନ ଜାଗରଣ SANKETKHABAR August 16, 2025 0 Leave a Reply Cancel replyYour email address will not be published. Required fields are marked *Comment * Name * Email * Website Notify me of follow-up comments by email. Notify me of new posts by email. Δ