ତୁମୁଡିବନ୍ଧ ଅଞ୍ଚଳକୁ ଜିଲ୍ଲା ବାହାର ଲୋକଙ୍କ ଅବାଧ ପ୍ରବେଶ : ବଢୁଛି ଚିନ୍ତା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଉପରମୁହାଁ ହେଉଥିବା ବେଳେ ତାହାକୁ ରୋକ ଲଗାଇବା ପାଇଁ ସରକାର ମେ୫ ରୁ ୧୯ତାରିଖ ୧୫ଦିନ ଲକ୍ ଡ଼ାଉନ୍ ଜାରି ହୋଇଛି। ବାହାଘର ଓ ଅନ୍ତ୍ୟେଷ୍ଟି କ୍ରିୟାରେ ଯଥାକ୍ରମେ ୫୦ ଓ ୨୦ଜଣଙ୍କୁ ନେଇ କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ରହୁଥିବା ବେଳେ ତୁମୁଡ଼ିବନ୍ଧରେ ଖୁଲମଖୁଲ୍ଲା ଶହଶହ ଲୋକଙ୍କୁ ଏକାଠି କରି ଭୋଜି କରିବା ମହାଙ୍ଗା ପଡ଼ିଛି।
ସ୍ଥାନୀୟ ପ୍ରଶାସନ ରୋକିବା ବଦଳରେ ଜାଣିଶୁଣି ନିରବ ରହିବା ଯୋଗୁଁ ତୁମୁଡ଼ିବନ୍ଧ ପାଇଁ ଚିନ୍ତା ବଢ଼ାଉଛି। ଚଳିତ ମାସ୧୧ ରୁ ୧୭ତାରିଖ ୭ଦିନ ପାଇଁ ତୁମୁଡିବନ୍ଧ ବଜାରକୁ ସଟଡାଉନ୍ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ ମୟନ୍ତି ମାଝୀ। ବୁଡ଼ାପଡ଼ା ଗ୍ରାମର ଗୋଟିଏ ପରିବାରର ଏକାଧିକ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବଜାରସାହି, ଲହୋରାସାହି, ଲାଇନପଡ଼ା, କେନ୍ଦୁପଡ଼ା, ମାଉସୀ ମା ମନ୍ଦିରସାହି, ଏଭଳି ବିଭିନ୍ନ ସାହିରେ ଲୋକେ ଏବେ ବି ଜ୍ଵର ଓ ଥଣ୍ଡାରେ ପଡ଼ିଥିବା ଜଣାପଡ଼ିଛି। ତୁମୁଡ଼ିବନ୍ଧ ଅଞ୍ଚଳରେ ପଜିଟିଭ ସଖ୍ୟା ଚିନ୍ତା ବଢ଼େଇଛି। ତୁମୁଡିବନ୍ଧ ବ୍ଲକର ବେଲଘର, ଝିରିପାଣି, ଲଙ୍କାଗଡ, ବିଲାମାଳ, ଭଣ୍ଡରଙ୍ଗି, ଗୁମା ବିଭିନ୍ନ ପଞ୍ଚାୟତ ପଡ଼ୋଶୀ କଳାହାଣ୍ଡି, ରାୟଗଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ବେଳେ ସାଧାରଣ ବଜାର ଠାରୁ ଆରମ୍ଭ କରି ସମ୍ପର୍କୀୟ ଲୋକଙ୍କ ଭୋଜି ଭାତରେ ଯୋଗ ଦେବାପାଇଁ ପ୍ରତ୍ୟେକ ଦିନ ଲୋକ ଯିବା ଆସିବା କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେଉଛି। ନା ପ୍ରଶାସନ ନା ସ୍ଥାନୀୟ ସରପଞ୍ଚ କେହିବି ଏହାକୁ ବାରଣ କରୁନାହାନ୍ତି। ପ୍ରଥମ ଲହର ସମୟରେ ସରପଞ୍ଚମାନଙ୍କୁ ଯେଉଭଳି କୋଭିଡ ପରିଚାଳନା ପାଇଁ ସ୍ଵାଧୀନତା ଦିଆଯାଇଥିଲା ଦ୍ୱିତୀୟ ଲହର ସମୟରେ ସେହିଭଳି ସ୍ଵାଧୀନତା ବିଡିଓ ଦେଉନଥିବା କିଛି ସରପଞ୍ଚ ଅଭିଯୋଗ କରିଛନ୍ତି। ଗାଁ ଗାଁ ରେ ସାନିଟଇଜ କିମ୍ବା ବ୍ଲିଚିଂ ପାଉଡର ସିଞ୍ଚନ ହେଉନାହିଁ। ରିପାଣି ଅଞ୍ଚଳର କିଛି ଗ୍ରାମବାସୀ। ସ୍ଥାନୀୟ ପ୍ରଶାସନ ନୀରବ ପାଲଟି ଥିବା ଅଭିଯୋଗ ହୋଇଛି। ଯଦି ଏବେ ଠାରୁ ପ୍ରଶାସନ ସଜାଗ ନହୁଏ ତେବେ ଗାଁ ଗାଁରେ ଗୋଷ୍ଠୀ ସଂକ୍ରମଣକୁ ଏଡ଼ାଇ ହେବ ନାହିଁ ବୋଲି କହିଛନ୍ତି ଅଞ୍ଚଳର ବହୁ ବୁଦ୍ଧିଜୀବୀ।ଣ