ମଧୁବନ ରେ ବାଉଁସ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ଦୁର୍ବୁର୍ତ୍ତ ଫେରାର

ଯାଜପୁର (ସଂକେତ ଖବର) କୁଆଖିଆ ଥାନା ଅନ୍ତର୍ଗତ ମଧୁବନ ହାଇ ସ୍କୁଲ ନିକଟରେ ବାଉଁଶ ବେପାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ଦୁର୍ବୁର୍ତ୍ତ ଫେରାର। ଆକ୍ରମଣ ର ଶିକାର ହୋଇଛନ୍ତି ସ୍ଥାନୀୟ ହାଟସାହି ଗାଁର ଜୟପ୍ରକାଶ ମହାନ୍ତି। ସେ ମଧୁବନ ହାଇ ସ୍କୁଲ ନିକଟରେ ରହି ବାଉଁଶ ବେପାର କରିଥାନ୍ତି। ଆଜି ସକାଳ ପ୍ରାୟ ୬ ଟା ସମୟରେ ଦୁଇ ଜଣ ଦୁର୍ବୁର୍ତ୍ତ ମଟର ସାଇକେଲରେ ଆସି ତାଙ୍କୁ ମାରଣାସ୍ତ୍ର ରେ ଅତର୍କିତ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକମାନେ ପାଟିତୁଣ୍ଡ କରିବାରୁ ଦୁର୍ବୁର୍ତ୍ତ ମାନେ ମଟର ସାଇକେଲ ଯୋଗେ ପଳାଇଥିଲେ। ସ୍ଥାନୀୟ ଲୋକେ ବେପାରୀଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତର କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।ଏହି ଆକ୍ରମଣ ର କାରଣ ଜଣାପଡିନାହିଁ। ଘଟଣା ସ୍ଥଳରେ କୁଆଖିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରହିଛି।