ଜଳଖିଆ ଖାଇବା ପାଇଁ ଧାଡିରେ ଛିଡା ହେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ (ସଙ୍କେତ ବ୍ୟୁରୋ) ଭାରତରେ ମନ୍ତ୍ରୀ କିମ୍ବା ବିଧାୟକ ମାନଙ୍କ ଗୁରୁତ୍ବ ବହୁତ ଅଧିକ । କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟ ଗୁରୁତ୍ବ ରହିବା ସ୍ବାଭାବିକ । ତଥାପି ଜଣେ କେନ୍ଦ୍ରମନ୍ତ୍ରୀ ଙ୍କୁ ଜଳଖିଆ ଖାଇବା ପାଇଁ ଧାଡିରେ ଠିଆ ହେବାକୁ ପଡିଛି। ଏଭଳି ପଂଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆମେ କହୁଛୁ ମୋଦୀ ସରକାରଙ୍କ କ୍ଷମତାଶାଳୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା।

ଧର୍ମେନ୍ଦ୍ର ନୂଆଦିଲ୍ଲୀର ଆଇଆଇଟି କ୍ୟାମ୍ପସର ଏକ ହଷ୍ଟେଲରେ ଜଳଖିଆ ଖାଇବା ପାଇଁ ଧାଡିରେ ଛିଡା ହୋଇଥବା କିଛି ପଂଟୋ ନିଜ ସାମାଜିକ ଗଣମାଧ୍ୟମରେ ଛାଡିଛନ୍ତି। କେନ୍ଦ୍ରମନ୍ତ୍ରୀ ହୋଇ ମଧ୍ୟ ଛାତ୍ର ଛାତ୍ରୀଙ୍କ ସହିତ ମିଶିବା ପାଇଁ ସେ ଏଭଳି ଧାଡିରେ ଛିଡା ହୋଇ ଜଳଖିଆ ଆଣି ଖାଇବା ସହିତ କ୍ୟାମ୍ପସର ହାଲଚାଲ କଥା ପଚାରିବୁଝିଥଲେ। କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ସାଧାରଣ ଆଚରଣକୁ ନେଇ ବେଶ ଚର୍ଚ୍ଚା ହେଉଛି।

