ପୁତୁରାର କଟୁରି ଚୋଟ ରେ ଦାଦା ମୃତ୍ୟୁ ।

ଯାଜପୁର (ସଙ୍କେତ ଖବର): ପୁତୁରା ର କଟୁରି ଚୋଟ ରେ ଦାଦା ର ମୃତ୍ୟୁ ଅଭିଯୋଗ। ଏଭଳି ଅଭାଵନୀୟ ଘଟଣା ଘଟିଛି ଯାଜପୁର ବରୀ ରାମଚନ୍ଦ୍ରପୁର ଥାନା ରମ୍ପା ଅଂଚଳରେ। ମୃତକ ହେଲେ ଦେବେନ୍ଦ୍ର ବାହାଲିଆ। ଦେବେନ୍ଦ୍ରଙ୍କୁ ପୁତୁରା ପିୟୁସକାନ୍ତ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ତେବେ ଆକ୍ରମଣର କାରଣ ଜଣାପଡି ନାହିଁ। ପାରିବାରିକ କଳହ ଯୋଗୁଁ ଏପରି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଆଜି ଅପରାହ୍ନରେ ପିୟୁସ ଏକ କଟୁରି ରେ ହଠାତ ଦେବେନ୍ଦ୍ରଙ୍କୁ ଆକ୍ରମଣ କରିଥିଲା। ପଡୋଶୀ ମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଯାଜପୁର ମୁଖ୍ୟ ଡାକ୍ତର ଖାନାରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୁକ୍ତ ପିୟୁସକାନ୍ତଙ୍କ ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି। ତେଣୁ ଆକ୍ରମଣକାରୀକୁ ତୁରନ୍ତ ଗିରଫ କରି ଦଣ୍ଡିତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।