ତାଜା ଖବର କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ବାତ୍ୟାର ରୂପ ନେଉଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବ SANKETKHABAR September 20, 2018 0 କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ବାତ୍ୟାର ରୂପ ନେଉଛି । ଆଜି ସକାଳ ସୁଦ୍ଧା ଏହା ଡିପ୍ ଡିପ୍ରେସନରେ ପରିଣତ ହୋଇଥିଲା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ର ପକ୍ଷରୁ ଏଥିପାଇଁ ସତର୍କ ସୂଚନା ଜାରି କରାଯାଇଛି । ଏବେ ଏହି ଡିପ୍ ଡିପ୍ରେସନ୍ ଗୋପାଳପୁର ଠାରୁ ୩ ୦୦ କିଲୋମିଟର ଦୂରରେ ରହିଛି । ଆଜି ମଧ୍ୟରାତ୍ର ସୁଦ୍ଧା ଏହା ଗୋପାଳପୁର ଅତୀକ୍ରମ କରିବା ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ୬୦ ରୁ ୭୦ କିଲୋମିଟର ରହିବ । ଆସନ୍ତା ୨୪ ଘଣ୍ଟା ପାଇଁ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ବାତ୍ୟାର ପ୍ରଭାବ ରହିବ । ବାତ୍ୟା ସମୟରେ ଘଣ୍ଟାକୁ ୬୦ ରୁ ୭୦ କିଲୋମିଟର ବେଗରେ ପବନ ବହିବ । ସେହିଭଳି ସମୁଦ୍ରରେ ଉଚ୍ଚ ଜୁଆର ଆସିବା ସମ୍ଭାବନା ଥିବାରୁ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ସବୁ ବନ୍ଦରରେ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।20180920_pr_324 Post Navigation Previous ପୁଅ ଗିରପଂ ପରେ ବାପାକୁ ଟିକେଟ୍ ମିଳିବ ତ?Next ପଂସେଇବାକୁ ଆସି ପଂସିଗଲେ ମଦ ବ୍ୟବସାୟୀ,ହାତ ଗୋଡ ବାନ୍ଧି ଦେଲେ ଗ୍ରାମବାସୀ More Stories ତାଜା ଖବର ବିଶେଷ ଯାଜପୁର ନେତାଙ୍କୁ ଘାରିଛି ଯୋଡା ଓ ଘୋଡା ଭୟ SANKETKHABAR November 24, 2025 0 ଅପରାଧ ତାଜା ଖବର ବିଶେଷ ଯାଜପୁର ୟାଜଦାନି ପ୍ଲାଣ୍ଟ ପାଲଟିଛି ଶ୍ରମିକଙ୍କ ପାଇଁ ମରଣଯନ୍ତା, ୬ ମାସ ରେ ମଲେଣି ୩ ଶ୍ରମିକ SANKETKHABAR September 14, 2025 0 ତାଜା ଖବର ଯାଜପୁର ଯାଜପୁରରେ ଉଦଘାଟିତ ହୋଇଛି ଅତ୍ୟାଧୁନିକ ହୋଟେଲ ଶ୍ୟାମୋରା। SANKETKHABAR September 1, 2025 0 Leave a Reply Cancel replyYour email address will not be published. Required fields are marked *Comment * Name * Email * Website Notify me of follow-up comments by email. Notify me of new posts by email. Δ