ଶିକ୍ଷୟିତ୍ରୀଙ୍କୁ ବିରଜା ସେବା ସମ୍ମାନ।

ଯାଜପୁର ଟାଉନ:: ଚିତାଳୋ ପଂଚାୟତର ରତନପାଳ ପ୍ରାଥମିକ ବିଦ୍ୟାଳୟର କୃତି ଶିକ୍ଷୟିତ୍ରୀ ତଥା ସମାଜ ସେବୀକା ଭାବରେ ସୁକାନ୍ତୀ ରାୟଙ୍କୁ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ସମ୍ମାନିତ କରାଯାଇଛି। ଅତିଥିଭାବେ ଜିଲ୍ଲାପାଳ ଅମ୍ବର କୁମାର କର, ମା’ଟି.ଭି. ପକ୍ଷରୁ ବିରଜା ସେବା ସମ୍ମାନରେ ସମ୍ମାନୀତ କରିଛନ୍ତି। ଏହି ଉତ୍ସବରେ ଆରକ୍ଷୀ ଅଧିକ୍ଷକ ଯଶପ୍ରତାପ ଶ୍ରୀମାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନଳୀନିପ୍ରଭା ଜେନା, ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଜନସାଧାରଣ, ପୁଲିସ୍ ବାହିନୀ ଓ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।