ସରକାରୀ ବିପଂଳତା ପାଇଁ ଜିଲ୍ଲାରେ ବନ୍ୟା ପରିସ୍ଥିତି :ପ୍ରମିଳା

0
Untitled-1

ଯାଜପୁର : ଯାଜପୁର ଜିଲ୍ଳା ରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ବୈତରଣୀ ର ଶାଖା କାଣୀ ନଦୀ ରେ ଘାଇ ସୃଷ୍ଟି ହେବା ପଂଳରେ ଦଶରଥପୁର ବ୍ଲକର ବ୍ୟାପକ ଅଂଚଳ କ୍ଷତିଗ୍ରସ୍ତ ହୋଇଛି। ଏହାର ଅନୁଧ୍ୟାନ କରିବାକୁ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ଆସିଥିବା ବେଳେ ରାତ୍ରିରେ ସର୍କିଟ ହାଉସରେ ବନ୍ୟା ପରିସ୍ଥିତି ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଅବଗତ କରାଯାଇଥିଲ। ବନ୍ୟା ସଂପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିବା ପରେ ତୁରନ୍ତ ଦୁର୍ବଳ ନଦୀବନ୍ଧ ଗୁଡିକୁ ମରାମତି କରିବା ପାଇଁ ମନ୍ତ୍ରୀ ନିର୍ଦ୍ଧେଶ ଦେଇଥିଲେ।

ଯାଜପୁର ସର୍କିଟ ହାଉସରେ ଅନୁଷ୍ଠିତ ସମୀକ୍ଷା ବୈଠକ

ବନ୍ୟା ଜଳ କମିବା ପରେ ତୁରନ୍ତ କ୍ଷୟକ୍ଷତିର ଆକଳନ କରାଯିବ ଏବଂ କ୍ଷୟକ୍ଷତି ଅନୁଯାୟୀ କ୍ଷତିପୁରଣ ମିଳିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ। ଏହି ସମୀକ୍ଷା ବୈଠକରେ ବିଂଝାରପୁର ବିଧାୟିକା ପ୍ରମଳିା ଯୋଗ ଦେଇ ସରକାରୀ ଅବହେଳା ଯୋଗୁଁ ଆଜି ଯାଜପୁର ଜିଲ୍ଳାରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଥିବା ଅଭିଯୋଗ କରିଥିଲେ । ସରକାରୀ ଦଳ କେବଳ ନିଜର ପ୍ରଚାର ପ୍ରସାର କରିବାରେ ବ୍ୟସ୍ତ ରହୁଛନ୍ତି । ପଂଳରେ ବନ୍ୟା ବିପନ୍ନଙ୍କ ନିକଟରେ ରିଲିପଂ ସାମଗ୍ରୀ ପହଂଚିପାରୁନାହିଁ ବୋଲି ପ୍ରମିଳା ଅଭିଯୋଗ କରିଥିଲେ। ଆଜି ପର୍ଯ୍ୟନ୍ତ ଗୃହପାଳିତ ପଶୁ ମାନଙ୍କ ପାଇଁ ରିଲିପଂ ମୁଠେ ପହଂଚି ପାରିନାହିଁ। ରାଜସ୍ବମନ୍ତ୍ରୀ ଯାଜପୁର ଓ ବିଂଝାରପୁର ବନ୍ୟାଂଚଳ ଗସ୍ତ କରୁଥିବା ବେଳେ ଏ ସଂପର୍କରେ କାହିଁକି ସ୍ଥାନୀୟ ବିଧାୟକ ମାନଙ୍କୁ ଅବଗତ କରାଯାଇନାହିଁ ବୋଲି ପ୍ରଶ୍ନ କରିଥିଲେ।

ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା ପରିସ୍ଥିତିର ସମୀକ୍ଷା କରୁଛନ୍ତି

ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା ପରିସ୍ଥିତିର ସମୀକ୍ଷା କରୁଛନ୍ତି

ବିଭିନ୍ନ ବାହାନା ଦେଖାଇ ବନ୍ଧମାଡ ମରାମତି ନ କରିବା ଫଳରେ ଆଜି ଏଭଳି ବନ୍ୟା ପରିସ୍ଥ଄ତି ଦେଖାଦେଇଥିବା ପ୍ରମିଳା ଅଭିଯୋଗ କରିଥିଲେ।  ଏହି ସମୀକ୍ଷା ବୈଠକରେ ଯାଜପୁର ବିଧାୟିକା ସୁଜାତା ସାହୁ,ଧର୍ମଶାଳା ବିଧାୟକ ହିମାଂଶୁ ସାହୁ,ବଡଚଣା ବିଧାୟକ ଅମର ନାୟକ,କୋରେଇ ବିଧାୟକ ଆକାଶ ଦାସ ନାୟକ,ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। 

ଦଶରଥପୁରର କାଣୀ ନଦୀରେ ସୃଷ୍ଟି ହୋଇଥିବା ଘାଇ

Leave a Reply

Your email address will not be published. Required fields are marked *

You cannot copy content of this page