ଯାଜପୁରରେ ଉଦଘାଟିତ ହୋଇଛି ଅତ୍ୟାଧୁନିକ ହୋଟେଲ ଶ୍ୟାମୋରା।

ଯାଜପୁର: ଯାଜପୁର ବସ ଷ୍ଟାଣ୍ଡ ନିକଟରେ ଏକ ଅତ୍ୟାଧୁନିକ ହୋଟେଲ ଖୋଲିଛି। ଯାଜପୁର ଜିଲ୍ଲାରେ ସୁନା ଗହଣା ବ୍ୟବସାୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଥିବା ପୃଷ୍ଟି ଅଳଙ୍କାର ଗୃପ ପକ୍ଷରୁ ଏହି ହୋଟେଲ ଶ୍ୟାମୋରା ନାଁରେ ଖୋଲିଛି। ପବିତ୍ର ରାଧାଷ୍ଟମୀ ଅବସରରେ ଏହି ହୋଟେଲ ଖୋଲାଯାଇଛି।

ଯାଜପୁର ସହରରେ ଏକାଧିକ ଛୋଟ ବଡ ହୋଟେଲ ଓ ଲଜ ଥିଲେ ମଧ୍ୟ ଅତ୍ୟାଧୁନିକ ସେବା ଯୋଗାଇପାରୁନଥିଲେ। ଯାଜପୁର ସହରର କଳେବର ଧିରେ ଧିରେ ବୃଦ୍ଧି ପାଉଥିବା ବେଳେ ଜିଲ୍ଲାରେ ମେଡିକାଲ କଲେଜ ଏବଂ ମା ବିରଜାଙ୍କ ପୀଠକୁ ଆସୁଥିବା ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ଏଭଳି ହୋଟେଲ ନିର୍ମାଣ କରାଯାଇଛି ବୋଲି ଏହାର ପ୍ରତିଷ୍ଠାତା ଶରତ କୁମାର ପୃଷ୍ଟି କହିଛନ୍ତି। ହୋଟେଲ ଉଦଘାଟନୀ ଉତ୍ସବରେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ବରିଷ୍ଠ ବିଜେଡି ନେତା କର୍ଣ୍ଣାଟ କେଶରୀ ଦାସ ପ୍ରମୁଖ ଯୋଗ ଦେଇ ହୋଟେଲ ବୁଲି ଦେଖିବା ସହ ହୋଟେଲର ପ୍ରଶଂସା କରିଥିଲେ।

ଏହି ହୋଟେଲରେ ଏସି ଡିଲକ୍ସ, ସହିତ ଅନ୍ୟାନ୍ୟ ଏସି ରୁମ ସହ ମାଗଣା ୱଇଫାଇ ର ବ୍ୟବସ୍ଥା ରହିଛି ବୋଲି ହୋଟେଲ ପକ୍ଷରୁ ମଳୟ କୁମାର ପୃଷ୍ଟି ସୂଚନା ଦେଇଛନ୍ତି।

ଏହି ହୋଟେଲ ବିଷୟରେ ଅଧିକ ଜାଣିବା ପାଇଁ ଏହି ନମ୍ବରରେ ଯୋଗାଯୋଗ କରନ୍ତୁ: ୬୩୭୨୩୮୩୯୧୬