ଯାଜପୁର ନେତାଙ୍କୁ ଘାରିଛି ଯୋଡା ଓ ଘୋଡା ଭୟ

0
Your paragraph text

ଯାଜପୁର :ରାଜ୍ୟ ବିଜେପି ରେ ଏବେ ଯୋଡା ଓ ଘୋଡା ଉପାଖ୍ୟାନ ବେଶ ଚର୍ଚ୍ଚାରେ ରହିଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଯୋଡା କୁହାଯାଉବ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘୋଡାର ଆଖ୍ୟା ଦିଆଯାଇଛି। ଉଭୟଙ୍କ ମଧ୍ୟରେ ବିବାଦ ଲାଗିରହିଥ଄ବା ସାଧାରଣରେ ଚର୍ଚ୍ଚା ହେଉଥ଄ବା ବେଳେ ଗତକାଲି ଏହାର ଝଲକ ଯାଜପୁରରେ ଅନୁଭୁତ ହୋଇଛି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେତେବେଳେ ଯାଜପୁର ଜିଲ୍ଲା ଆସିଛନ୍ତି କିମ୍ବା ଯାଜପୁର ଜିଲ୍ଲା ଦେଇ ଯାଇଥାନ୍ତି ସେତେବେଳେ ତାଙ୍କୁ ଯାଜପୁର ବିଜେପି ନେତା ,ବିଧାୟକ,ସାଂସଦ ମାନେ ଉଚ୍‌ଛର୍ସିତ ସମ୍ବର୍ଦ୍ଧନା ଦେଇଥାନ୍ତି। କିନ୍ତୁ ଗତକାଲି ଧର୍ମେନ୍ଦ୍ର ଭଦ୍ରକ ଜିଲ୍ଲାକୁ ଯିବା ବେଳେ କୌଣସି ସ୍ଥାନରେ ତାଙ୍କୁ ସମ୍ବର୍ଦ୍ଧନା ଦିଆନଯିବା ସମସ୍ତଙ୍କୁ ଚକିତ କରିଛି। ପରିସ୍ଥ଄ତି ଏପରି ହୋଇଛି ଜିଲ୍ଳାରେ ଏବେ ୪ ଜଣ ବିଜେପି ବିଧାୟକ ଓ ଜଣେ ସାଂସଦ ଥ଄ଲେ ମଧ୍ୟ କେହି ବି କୌଣସି ସ୍ଥାନରେ ତାଙ୍କୁ ଶୁଭେଚ୍‌ଛା ଦେଇନାହାଁନ୍ତି। ଗତ ଏପ୍ରିଲ ମାସ ୫ ତାରିଖ ରେ ଧର୍ମେନ୍ଦ୍ର ବାଲେଶ୍ୱର କୁ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥ଄ବା ବେଳେ ତାଙ୍କୁ ବଡଚଣା,ଧର୍ମଶାଳା,କୋରେଇ ବିଧାୟକଙ୍କ ପକ୍ଷରୁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ସମ୍ବର୍ଦ୍ଧନା ଦିଆଯାଇଥ଄ଲା। ଏଥ଄ସହିତ ଅନ୍ୟ ସଂଗଠନର ବରିଷ୍ଠ କର୍ମକର୍ତା ମାନେ ମଧ୍ୟ ସମ୍ବର୍ଦ୍ଧନା ଦେବା ପାଇଁ ପ୍ରତିଯୋଗୀତା କରିଥ଄ଲେ। କିନ୍ତୁ ଏବେ ଯୋଡା ଘୋଡା ଲଢ଼େଇ ଯୋଗୁଁ ସମସ୍ତେ ଘୋଡା ଅର୍ଥାତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲୁଚି ଯାଇ କେହି ଦେଖାଦେଇନଥ଄ବା ଜଣାପଡିଛି। ମାତ୍ର କେତେ ଜଣ ଭୁବନେଶ୍ୱର ଏୟାରପୋର୍ଟ ଏବଂ କଟକ ସର୍କିଟ ହାଉସ ରେ ଲୁଚି ଲୁଚି ଦେଖା କରିଥ଄ବା ଜଣାପଡିଛି। ଏବେ ରାଜ୍ୟ ରେ ଯୋଡା ଅର୍ଥାତ ମନମୋହନ ସାମଲ ଏବଂ ମୋହନ ମାଝିଙ୍କ ପତିଆରା ଚାଲିଥ଄ବା ବେଳେ କେହି ଧର୍ମେନ୍ଦ୍ରଙ୍କୁ ସମ୍ବର୍ଦ୍ଧନା ନ ଦେବା ପାଇଁ ସତେ ଯେମିତି ଅଲିଖ଄ତ ଫତୁଆ ଜାରି ହୋଇଥ଄ବା ପରି ମନେ ହେଉଛି। ଗତ ସାଧାରଣ ନିର୍ବାଚନରେ ଧର୍ମେନ୍ଦ୍ରଙ୍କ ଦୟାରେ ଦଳୀୟ ଟିକେଟ ପାଇବା ଠାରୁ ଆରମ୍ଭ କରି ବିଧାୟକ ହୋଇଥ଄ଲେ ମଧ୍ୟ ଏବେ କରଛଡା ଦେଉଛନ୍ତି। ଏପରିକି ସଂଗଠନ ଦାୟିତ୍ୱରେ ଥ଄ବା ଜିଲ୍ଲା ସଭାପତି ଓ ଅନ୍ୟାନ୍ୟ କର୍ମକର୍ତା ମାନେ ମଧ୍ୟ ଧମେନ୍ଦ୍ରଙ୍କୁ ଦେଖାଦେଇନଥ଄ଲେ। ଯାହା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *

You cannot copy content of this page