ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ର ପରିଚାଳନା ପରିଷଦ ର ବୈଠକ

ବ୍ଯାସନଗର(ସଂକେତ ଖବର)ବ୍ଯାସନଗର ସ୍ବୟଂଶାସିତ ମହାବିଦ୍ଯାଳୟର ନବଗଠିତ ପରିଚାଳନା ପରିଷଦର ପ୍ରଥମ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହିଅବସରରେ ପରିଚାଳନା ପରିଷଦର ନୂତନ ସଭାପତି ଶ୍ରୀ ପ୍ରଦୀପ କୁମାର ବିଶ୍ବାଳ ଓ ସମସ୍ତ ସଦସ୍ଯମାନଂକୁ ବିଧାୟକ ଅଶୋକ କୁମାର ବଳ, ଅତିରିକ୍ତ ଜିଲ୍ଲାପାଳ ତଥା ବିଦାୟୀ ସଭାପତି ସଂତୋଷ କୁମାର ମିଶ୍ର ଓ ମହାବିଦ୍ଯାଳୟର ଅଧ୍ଯକ୍ଷ ଶିବ ଚରଣ ମାଝୀ ଅଭିନଂଦନ ଜଣାଇଥିଲେ । ଆଲୋଚନା କାଳରେ ମହାବିଦ୍ଯାଳୟର ବିଭିନ୍ନ ସମସ୍ଯା ସଂପର୍କରେ ସବିଶେଷ ଆଲୋଚନା କରାଯାଇ କାର୍ଯ୍ଯପନ୍ଥା ନିର୍ଧାରଣ କରାଯାଇଥିଲା । ମହାବିଦ୍ଯାଳୟ ଉପରେ ଅଚାନକ ମାତ୍ରଧିକ ବିଦ୍ଯୁତ ବିଲ ଦାବିକରି ଏକତରଫା ବିଦ୍ଯୁତଯୋଗାଣ ବନ୍ଦ ନିଷ୍ପତିନେଇ ଉଦବେଗ ପ୍ରକାଶ ପାଇଥିଲା ଏବଂ ଏ ବିଷୟରେ ଉଚ୍ଚ କର୍ତୃପକ୍ଷଂକ ସହ ଯୋଗାଯୋଗ କରାଯିବାକୁ ସ୍ଥିର ହୋଇଥିଲା । ସେହିପରି ମହାବିଦ୍ଯାଳୟର ନ୍ଯାକ ମାନ୍ଯତା ଓ ସ୍ବୟଂଶାସନ ମାନ୍ଯତା ବଜାୟ ରହିବା ପାଇଁ ଯଥାଶିଘ୍ରଉପଯୁକ୍ତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବାକୁ ସ୍ଥିର କରାଗଲା ।ଏଥିସହିତ ମହାବିଦ୍ଯାଳୟର ନିଜସ୍ବ ଜମିକୁ ମାପଚୁପ କରାଯାଇ ତାର ସୀମାନିର୍ଧାରଣ ସହ ପାଚେରୀ କିମ୍ବା ତାରବାଡ ମାଧ୍ଯମରେ ସୁରକ୍ଷା କରାଯିବାକୁ ନିଷ୍ପତି ନିଆଯାଇଥିଲା ।