ଲିକୁଙ୍କ ବଢ଼ୁଛି ପତିଆରା,ବିଜେପି ବିଧାୟକ ବେସାହାରା

0
liku

ଗତ ସାଧାରଣ ନିର୍ବାଚନ ପରଠାରୁ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ନେଇ ରାଜ୍ୟ ରାଜନିତୀରେ ବେଶ ଚର୍ଚ୍ଚା ଜୋର ଧରିଥଲା। ଏକଦା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଏକାନ୍ତ ଅନୁଗତ ଥିବା ହିମାଂଶୁ ବିଜୁ ଜନତା ଦଳର ସକ୍ରିୟ ସଦସ୍ୟ ଥିଲେ। କିନ୍ତୁ ପ୍ରଣବଙ୍କ ସହିତ ମନମାଳିନ୍ୟ ଯୋଗୁଁ ସେ ବିଜେପିରେ ଯୋଗ ଦେଇଥିଲେ କିନ୍ତୁ ଦଳ ତାଙ୍କୁ ଟିକେଟ ଦେଇନଥିଲା। ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିମାଂଶୁ ଓରପଂ ଲିକୁଙ୍କ ବିରୋଧରେ ପ୍ରଚାର କରିଥିଲେ ମଧ୍ୟ ନିଜସ୍ୱ ଉଦ୍ୟମରେ ସ୍ୱାଧ଄ନ ପ୍ରାର୍ଥୀ ଭାବେ ସେ ନିର୍ବାଚନରେ ବିଜୟ ଲାଭ କରିଥିଲେ।

ଯାଜପୁର ଜିଲ୍ଳାର ସୁକିନ୍ଦା,କୋରେଇ,ବଡଚଣା ବିଧାନସଭା ଆସନକୁ ବିଜେପି ହାସଲ କରିଥିବା ବେଳେ ଧର୍ମଶାଳା ଆସନକୁ ସ୍ୱାଧ଄ନ ଭାବେ ଲିକୁ ଦଖଲ କରିଥିଲେ। କିନ୍ତୁ ପରବର୍ତି ସମୟରେ ସେ ସ୍ୱାଭାବିକ ଭାବେ ବିଜେପିକୁ ସମର୍ଥନ ଦେଇ ନିଜ ସଂଗଠନ କାର୍ଯ୍ୟ କରିବାରେ ଲାଗିଛନ୍ତି। ଇତିମଧ୍ୟରେ ନୂଆ ସରକାର ହେବାର ବର୍ଷେ ଭିତରେ ଲିକୁ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏବଂ କ୍ଷମତା କରିଡରରେ ନିଜ ସ୍ଥ଄ତିକୁ ଦୃଢ଼ କରିବାରେ ସମର୍ଥ ହୋଇଥିବା ବେଳେ ଜିଲ୍ଲାର ଅନ୍ୟ ୩ ବିଧାୟକ ଙ୍କ ପତିଆରା ସେଭଳି ନଥିବା ପ୍ରତିୟ ମାନ ହେଉଛି।

ଏପରିକି ଜିଲ୍ଲା ପ୍ରଶାସନକୁ ନିଜ ହାତ ମୁଠାରେ ରଖ଄ ନିଜର କାର୍ଯ୍ୟ ଜାରି ରଖ଄ଛନ୍ତି। ଲିକୁ ଅନେକ ସମୟରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦେଖାଦେଉଥିବା ନେଇ ଏକ ବାର୍ତା ଦିଆଯାଉଥିବାରୁ ତାଙ୍କୁ ଜିଲ୍ଲା ପ୍ରଶାସନ ଅଧ଄କ ଗୁରୁତ୍ୱ ଦେଉଥିବା କୁହାଯାଉଛି।
ଅନ୍ୟପଟେ ସୁକିନ୍ଦା ବିଧାୟକ ତଥା ସମବାୟ ଓ ବୟନ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ,ବଡଚଣା ବିଧାୟକ ଅମର ନାୟକ ଏବଂ କୋରେଇ ବିଧାୟକ ଆକାଶ ଦାସ ନାୟକ ରହିଥିଲେ ମଧ୍ୟ ସେମାନଙ୍କୁ ପ୍ରଶାସନ ସେତେଟା ଗୁରୁତ୍ୱ ଦେଉନଥିବା ଚର୍ଚ୍ଚା ହେଉଛି। ନିକଟରେ ଲିକୁ ଜିଲ୍ଲା ପ୍ରଶାସନ ଅଧ଄କାରୀ ମାନଙ୍କ ବଦଳୀରେ ତାଙ୍କର ରହିଥିବା ବ୍ୟସ୍ତତା ସଂପର୍କରେ କହିଥିବା ଏକ ଭିଡିଓ ଭାଇରାଲ ହୋଇଥିଲା ଯାହା ତାଙ୍କର ପତିଆରା କୁ ସ୍ପଷ୍ଟ ସୂଚନା ଦେଉଛି। ସେହିଭଳି ଜିଲ୍ଳା ବିଜେପିର ପ୍ରମୁଖ ନେତା ଯଥା ପୂର୍ବତନ ଜିଲ୍ଲାସଭାପତି ଗୌତମ ରାୟ,ବର୍ତମାନର ସଭାପତି ଦେବଜାନୀ ପ୍ରଧାନ ଙ୍କ ସମେତ ଅନେକ ଟାଣୁଆ ନେତା ଧର୍ମଶାଳାର ଛୋଟମୋଟ କାର୍ଯ୍ୟକ୍ରମରେ ଦେଖାଦେବା ହିମାଂଶୁଙ୍କ ଦବଦବା କୁ ପ୍ରମାଣିତ କରୁଛି । ଅନ୍ୟପଟେ ଜଣେ ସ୍ୱାଧ଄ନ ବିଧାୟକ ହୋଇ ମଧ୍ୟ ବିଜେପି ସଂଗଠନରେ ନିଜର ଦବଦବା ଓ ପତିଆରା ଜାହିର କରିବା ମୂଳ ବିଜେପି ସଂଗଠକ ମାନଙ୍କୁ ଅଧ଄କ କଷ୍ଟ ଦେଉଛି। ଦୀର୍ଘ ବର୍ଷ ଧରି ମୂଳ ବିଜେପି (କ୍ୟାଡର କର୍ମୀ) ମାନେ କ୍ଷମତାକୁ ଅନେଇ ବସିଥିଲେ। କିନ୍ତୁ କ୍ଷମତା ଆସିବା ପରେ ତାକୁ ଉପଭୋଗ କରୁଛନ୍ତି ଅନ୍ୟଦଳରୁ ଆସିଥିବା ନେତୃତ୍ୱ। ପଂଳରେ ଏହାକୁ ନେଇ ମୂଳ ବିଜେପି ଓ ଚୂଳ ବିଜେପି କର୍ମୀ ଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସେପଟେ ଏହି ଅସନ୍ତୁଷ୍ଟ କ୍ୟାଡର ମାନଙ୍କୁ ସନ୍ତୁଷ୍ଟ କରିବାକୁ ଦଳ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉନଥିବାରୁ ଆଗାମୀ ଦିନରେ ଏହା ଦଳ ପାଇଁ ଅଧ଄କ ବିପଦ ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *

You cannot copy content of this page