ରସଗୋଲାକୁ ନେଇ ଏମତି କାହିଁକି କହିଲେ ଝିଲିକ?

ଭୁବନେଶ୍ୱର (ସଙ୍କେତ ଖବର)
ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବିବାଦ କାଳ କାଳ ରୁ ରହି ଆସିଛି। ଓଡିଶା ନିଜର ହକ ପାଇବା ପାଇଁ ସବୁବେଳେ ପଶ୍ଚିମବଙ୍ଗ ସହିତ ଲଢେ଼ଇ କରି ଆସିଛି। ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ହେଉ କିମ୍ବା ଓଡିଆ ଭାଷାକୁ ଏକ ସ୍ୱତନ୍ତ୍ର ଭାଷା ମାନ୍ୟତା ହେଉ,ସବୁବେଳେ ପଶ୍ଚିମବଙ୍ଗ ଓଡିଶା ବାସୀଙ୍କ ସହିତ ଛଳନା କରିଆସିଛି। କିନ୍ତୁ ପ୍ରତ୍ୟେକ ଥର ଓଡିଶାର ବିଜୟ ହୋଇ ଆସିଛି। ଓଡିଶା ପ୍ରତି ବଙ୍ଗବାସୀଙ୍କ ରହିଥିବା ଅସହିଣ୍ଣୁତା ସତ୍ୱେ ଓଡିଶା ଆଗକୁ ଚାଲିଛି ଏବଂ ଚାଲିଥିବ। ଭାରତର ୪ ଧାମ ଭିତରେ ଓଡିଶାରେ ଜଗନ୍ନାଥ ଧାମ ରହିଛି। ଯେଉଁଥି ପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ହିନ୍ଦୁ ପୁରୀ ଆସିଥାନ୍ତି।

ଓଡିଶାର ପଡୋଶୀ ପଶ୍ଚିମବଙ୍ଗ ହୋଇଥିବାରୁ ଏଠାରୁ ସର୍ବାଧିକ ଜଗନ୍ନ୍ାଥ ପ୍ରେମୀ ପ୍ରତିବର୍ଷ ଆସିଥାନ୍ତି। ଯାହାକୁ ରୋକିବା ଉଦେ୍ଧଶ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୀଘା ଠାରେ ଏକ ଜଗନ୍ନାଥ ମନ୍ଦୀର ନିର୍ମାଣ କରି ଏହାକୁ ଜଗନ୍ନାଥ ଧାମ ଭାବେ ନାମିତ କରିଛନ୍ତି। ଯାହାକୁ ଦେଶ ବିଦେଶରେ ଥିବା ହିନ୍ଦୁ ମାନେ ବିରୋଧ କରିଛନ୍ତି। ସେହିପରି ଜଗନ୍ନାଥଙ୍କ ପ୍ରିୟ ଭୋଗ ରସଗୋଲା କେଉଁ ଯୁଗରୁ ଚଳିଆସୁଛି। କିନ୍ତୁ ରସଗୋଲା କୁ ପଶ୍ଚିମବଙ୍ଗର ବୋଲି ଦାବୀ କରି ଶେଷରେ ହଟ୍ଟହଟା ହେବାକୁ ପଡିଛି।

ପଶ୍ଚିମବଙ୍ଗର ଏଭଳି ବାରମ୍ବାର ହାସ୍ୟାସ୍ପଦ ଓ ଅସହିଣ୍ନୁତା ପଦକ୍ଷେପକୁ ଖୋଦ ବଙ୍ଗୀୟ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ନାପସନ୍ଦ କରିଛନ୍ତି। ନିକଟରେ ସେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମମତା ଦିଦିଙ୍କ ଏଭଳି କାର୍ଯ୍ୟକୁ ନାପସନ୍ଦ କରିବା ସହିତ ସମାଲୋଚନା କରିଥିଲେ। ସେ ଓଡିଶାର ବୋହୁ ହୋଇସାରିଥିବା ବେଳେ ରସଗୋଲା ଆମର ବୋଲି ଦାବୀ କରି ମମତା ଦିଦିଙ୍କୁ ମଧ୍ୟ ସମାଲୋଚନା କରିଥିବା ଦେଖିବାକୁ ମିଳିଥିଲା।