ଯୁବ ସମାଜସେବୀ ନିଆରା ଢଙ୍ଗରେ ପାଳିଲେ ଜନ୍ମଦିନ

ବରୀ (ସଙ୍କେତ ଖବର): ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟର ପୂର୍ବତନ ସଭାପତି ତଥା ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁର ଯାଜପୁର ଜିଲ୍ଲା ସଂଯୋଜକ ଯୁବସମାଜସେବୀ ଇଂ.ବିମଳ ଚନ୍ଦ୍ର ଦାସ ସବୁବର୍ଷ ପରି ଚଳିତ ବର୍ଷ ତାଙ୍କର ୪୧ତମ ଜନ୍ମ ଦିବସକୁ ଟ୍ରଷ୍ଟ ପକ୍ଷରୁ ବରୀ ବ୍ଲକ ଧାରପୁର ପଂଚାୟତର ଗାନ୍ଧୀ ଭବନରେ ରକ୍ତଦାନ ଶିବିର ଅନୁଷ୍ଠତ କରିଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଏକ ମହତ କାର୍ଯ୍ୟ ବୋଲି ସେ ପ୍ରକାଶ କରିଛନ୍ତି ।

ଉକ୍ତ ରକ୍ତଦାନ କାର୍ଯ୍ୟକ୍ରମରେ ଯାଜପୁର ରକ୍ତ ଭାଣ୍ଡର ସହାୟତାରେ ୪୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରକୁ ଟ୍ରଷ୍ଟର ବରୀ ଶାଖା ସଂଯୋଜକ ବିଜୟ ସାହୁ ଉଦଘାଟନ କରିଥିବା ବେଳେ ବିରେନ ରାଉତ,ତୁଷାର ଶାନ୍ତି, କୁନମୁନ ଶାନ୍ତି, ଧୀରେନ ରାଉତ, ସଂଗ୍ରାମ ସାହୁ, ଦେବାଶିଷ ଧଳ ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ । ସମାଜସେବୀଙ୍କ ଏପରି ନିଆରା ଢଙ୍ଗରେ ଜନ୍ମ ବାର୍ଷିକ ପାଳନକୁ ସାଧାରଣରେ ପ୍ରସଂଶା କରାଯାଇଛି ।