ହୋଟେଲ ମ୍ୟାନେଜମେଣ୍ଟ ଛାତ୍ର ଛାତ୍ରୀଙ୍କ ସ୍ୱାଗତ ଉତ୍ସବ

0
hotel


ଯାଜପୁର : ଯାଜପୁର ସହରସ୍ଥିତ ଇନ୍ଦିରା ଗାନ୍ଧୀ ସ୍କୁଲ ଅଫ ହୋଟେଲ ମ୍ୟାନେଜମେଣ୍ଟ ପକ୍ଷରୁ ନୂତନ ଛାତ୍ରଛାତ୍ରୀଙ୍କ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ଭବନ ଠାରେ ଆୟୋଜିତ ଉତ୍ସବରେ ଓବରାୟ ହୋଟେଲର ମାନବ ସମ୍ବଳ ମୁଖ୍ୟ ଯଶୋବନ୍ତ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ ଛାତ୍ରଛାତ୍ରୀଙ୍କୁ ଆଗକୁ ବଢିବାକୁ ପ୍ରେରଣା ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଈପିକଲର ବରିଷ୍ଠ ପରିଚାଳକ ଦୀପକ ସିଂ ଯୋଗ ଦେଇ ଏହି ହୋଟେଲ ଶିଳ୍ପର କଳେବର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାର ବ୍ୟାପକ ସୁଯୋଗ ରହିଛି ବୋଲି ମତପ୍ରକାଶ କରିଥିଲେ।

ସ୍ଵତନ୍ତ୍ର ଅତିଥି ଭାବେ ଇନଫୋସିସର ଫାସିଲିଟି ମ୍ୟାନେଜର ବିଭୁ ପ୍ରସାଦ ଦାସ ଯୋଗ ଦେଇ ହୋଟେଲ ମ୍ୟାନେଜମେଂଟ ର ଛାତ୍ର ଛାତ୍ରୀ ଙ୍କ ପାଇ ପୁରା ବିଶ୍ବରେ ନିଯୁକ୍ତି ସୁଯୋଗ ରହିଥିବା ସହ ସମସ୍ତେ ଜଣେ ଜଣେ ସପଂଳ ଉଦ୍ୟୋଗୀ ମଧ୍ୟ ହୋଇପାରିବେ ବୋଲି ମତ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ସମାଜସେବି ସୁବାସ କୁମାର ପାଣି, ଅନୁଷ୍ଠାନର ଡାଇରେକ୍ଟର ସୂର୍ଯ୍ୟକାନ୍ତ ସେଠୀ ଓ ଚେୟାରମ୍ୟାନ ଜ୍ୟୋସ୍ନା ଜେନା ଯୋଗ ଦେଇ ବିଗତ ଦିନ ମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିବା ସହିତ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ସପଂଳତା ସଂପର୍କରେ ସୂଚନା ଦେଇଥିଲେ।

ଏହି ଅବସରରେ ପୁରାତନ ଛାତ୍ର ଛାତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କଲେଜର ପ୍ରିନ୍ସିପାଲ ସୌମ୍ୟରଂଜନ ପତିଙ୍କ ସଂଯୋଜନାରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାଯ୍ୟକ୍ରମରେ ଅଭିଭାବକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page