ୟାଜଦାନି ପ୍ଲାଣ୍ଟ ପାଲଟିଛି ଶ୍ରମିକଙ୍କ ପାଇଁ ମରଣଯନ୍ତା, ୬ ମାସ ରେ ମଲେଣି ୩ ଶ୍ରମିକ

ଯାଜପୁର : କଳିଙ୍ଗନଗର ଶିଳ୍ପାଚଂଳରେ ରହିଥିବା କଳକାରଖାନା ଗୁଡିକ ଶ୍ରମିକ ଓ କର୍ମଚାରୀଙ୍କ ସୁରକ୍ଷା ପ୍ରତି ଆଖି ବୁଜିଦେଇଥିବା ଅଭିଯୋଗ ହୋଇଛି। ପଂଳରେ ଦିନକୁ ଶ୍ରମିକ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଏଥି ପ୍ରତି ପ୍ରଶାସନ ସଂପୁର୍ଣ୍ଣ ଆଖି ବୁଜି ଦେଇଥିବା ଯୋଗୁଁ ଶ୍ରମିକଙ୍କ ଜୀବନ ଦିନକୁ ଦିନ ଦୁର୍ବିସହ ହେବାରେ ଲାଗିଛି। କଳିଙ୍ଗନଗରରେ ଥିବା ୟାଜଦାନି କାରଖାନା ବିରୋଧରେ ଅଭିଯୋଗ ଲମ୍ବିବାର ଲାଗିଛି। ଗତ ମାସ ୧୪ ତାରିଖ ରେ ୟାଜଦାନି କାରଖାନାରେ କାର୍ଯ୍ୟରତ ସମୟରେ ଢେଙ୍କାନାଳ ଜିଲ୍ଲାର ନିହଲପ୍ରସାଦ ଥାନା ଅନ୍ତର୍ଗତ ବେଙ୍ଗା ପଞ୍ଚାୟତର ବଡପୋଖରୀ ଗ୍ରାମର ରାମସିଂ ଜେରେଇ ଙ୍କ ପୁତ୍ର ଦଶରଥ (୨୧) ଙ୍କ କାନ୍ଥ ତଳେ ଚାପି ହୋଇ ମୃତ୍ୟୁ ହୋଇଥିଲା। କେବଳ ଏହି ମୃତ୍ୟୁ ନୁହେଁ ଏହିଭଳି ଗତ ୬ ମାସ ମଧ୍ୟରେ ଏଠାରେ ୩ ଜଣ ଶ୍ରମିକ ଙ୍କ ଜୀବନ ଗଲାଣି। ଏହାକୁ ନେଇ ଶ୍ରମିକ ମାନଙ୍କ ମଧ୍ୟରେ ଭୟ ର ବାତାବରଣ ସୃଷ୍ଟି ହୋଇଛି।

ୟାଜଦାନି କାରଖାନା ପରିଚାଳନା ଦାୟିତ୍ଵ ପରିବର୍ତନ ହେବା ଦିନ ଠାରୁ ଏଭଳି ଦୁର୍ଘଟଣା ଘଟି ଜୀବନ ଯାଉଛି। ଆଜକୁ କାରଖାନା ୨୦ ବର୍ଷରୁ ଉର୍ଦ୍ଧ ହେଇଥିଲେ ମଧ୍ୟ କାରଖାନା ଯେଉଁ ମାତ୍ରାରେ ମରାମତି ହେବା ଆବଶ୍ୟକ ତାହା ହୋଇପାରିନାହିଁ। ଜେନେତେନେ ଉପାୟରେ କେବଳ କାରଖାନା ଚାଲୁ କରିବା ପାଇଁ କର୍ତୁପକ୍ଷ ଚାହୁଁଛନ୍ତି। କେବଳ ମାଲିକ ଲାଭଖୋର ମନବୃତି ପାଇଁ ପ୍ଲାଣ୍ଟ ରେ ବାରମ୍ବାର ଦୁର୍ଘଟଣା ଘଟୁଛି। ତା ସହିତ ପ୍ଲାଣ୍ଟ ନିୟମିତ ତାଦରଖ ଦାୟିତ୍ଵ ରେ ଥିବା ଫ୍ୟାକ୍ଟ୍ରି ଆଣ୍ଡ ଵଏଲର ବିଭାଗର ଖାମଖିଆଲି ମନୋଭାବ ପାଇଁ ସାଧାରଣ ଶ୍ରମିକ ମାନଙ୍କ ମୃତ୍ୟୁ ଘଟୁଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି। ସରକାର ପ୍ରସାର ପ୍ରଚାରରେ ଜିରୋ କାଜୁଆଲିଟି ରେ କିପରି କାରଖାନା ଚାଲିବ ତା ଉପରେ ଜୋର ଦେବାପାଇଁ କହୁଥିବାବେଳେ ତାହା କେବଳ କଥା କଥା ରେ ରହିଯାଉଛି। କାରଖାନା ତଦାରଖ ବିଭାଗ ଦାୟିତ୍ୱରେ ଥିବା ବାବୁ ଓ କାରଖାନା ମୁଖ୍ୟ ଙ୍କ ମଧ୍ୟରେ ଆପସ ବୁଝାବଣା ପାଇଁ ଅଚଳ ସଦୃଶ୍ୟ ୟାଜଦାନି ପ୍ଲାଣ୍ଟ କୁ କାର୍ଯ୍ୟକ୍ଷମ ପାଇଁ ଅନୁମତି ମିଳିପାରୁଛି। କାରଖାନା ଚଳାଇବା ପାଇଁ ଯେଉଁ ସବୁ ନିୟମାବଳୀ ରହିଛି ତାହାକୁ ଖାତିର ନକରି ପ୍ଲାଣ୍ଟ ଚାଲୁରହିଛି। କାରଖାନାରେ ଶ୍ରମିକ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ଆବଶ୍ୟକ ଜୋତା, ହେଲମେଟ କି ଗ୍ଲୋବ ଯୋଗାଇ ଦେଉନଥିବା ଅଭିଯୋଗ କାରଖାନାରେ ଶ୍ରମିକ କରିଛନ୍ତି। ଶ୍ରମିକମାନଙ୍କ ଜୀବନକୁ ବାଜିଲଗାଇ ଲାଭବାନ ଉଦ୍ଦେଶ୍ୟ ରେ କେବଳ ଚାଲୁଥିବା କାରଖାନା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ କାରଖାନାକୁ ଚାଲୁ ରଖିବା ପାଇଁ ଅନୁମତି ଦେବା ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ ଆଲୋଚନା ହେଉଛି।

କଳିଙ୍ଗନଗର ର ଅନ୍ୟ କାରଖାନା ଗୁଡିକ ସେମାନଙ୍କ ପ୍ଲାଣ୍ଟ କୁ ଉଚ୍ଚକୋଟୀର କରିବା ପାଇଁ ବ୍ୟବସ୍ଥା କରୁଥିବା ବେଳେ ୟାଜଦାନି ପ୍ଲାଣ୍ଟ ଶ୍ରମିକ ମାନଙ୍କ ସୁରକ୍ଷା ବଦଳରେ ନିଜ ସ୍ବାର୍ଥ ପାଇଁ କାରଖାନାକୁ ମରାମତି ବିନା ଚାଲୁ ରଖୁଛି। ଯାହାକି ଆଗକୁ ବିପଦ ଅଧିକ ରହିଥିବାର ଅନୁମାନ କରାଯାଏ। ପ୍ଲାଣ୍ଟ ର ଫେବ୍ରିକେଶନ ସବୁ ପୁରୁଣା ହୋଇଯାଇଥିଲେ ମଧ୍ୟ ତାହାରି ଉପରେ ଶ୍ରମିକମାନେ ବିପଦପୂର୍ଣ୍ଣ ଭାବେ କାର୍ଯ୍ୟ କରୁଥିବାରୁ ତାହା ତାଙ୍କ ପାଇଁ ଘାତକ ସାଜୁଛି। ପ୍ଲାଣ୍ଟ ଟି କୌଣସି ଦିଗରୁ ସୁରକ୍ଷିତ ନଥିବା ବେଳେ ଏହାକୁ ପ୍ରଶାସନ ପକ୍ଷରୁ କିପରି ଅନୁମତି ଦିଆଯାଉଛି ତାହା ସାଧାରଣ କୁ ସନ୍ଧେହ ଘେରକୁ ଆଣିଛି। ଆଗକୁ କାରଖାନା ର ଉତ୍ତମ ଭାବରେ ମରାମତି ଓ ସୁରକ୍ଷା ଉପରେ ଗୁରୁତ୍ବ ଦିଆନଯାଇ ତେବେ ଏଥିପାଇଁ କେତେଯେ ଜୀବନ କେହି କହିପାରିବେ ନାହିଁ। ଏଥିପ୍ରତି ପ୍ରଶାସନ ଓ କାରଖାନା କର୍ତୁପକ୍ଷ ଗୁରୁତର ସହ କାର୍ଯ୍ୟ ନକଲେ ଆଗକୁ ସେମାନେ ଦାୟୀ ରହିବେ ବୋଲି ଶ୍ରମକମାନେ ଜଣାଇଛନ୍ତି।
