ଟାଟା ଷ୍ଟିଲ୍ କଳିଙ୍ଗନଗରରୁ ଗଡିଲା ଅକ୍ସିଜେନ୍ ଏକ୍ସପ୍ରେସ୍

0
20431617_1243450065783001_6356695987040888293_n

କଳିଙ୍ଗନଗର(ସଙ୍କେତ ଖବର): ଭାରତୀୟ ରେଳବାଇର ଅକ୍ସିଜେନ୍ ଏକ୍ସପ୍ରେସ୍ ଜରିଆରେ ଆଜିଠାରୁ ଟାଟା ଷ୍ଟିଲ୍ କଳିଙ୍ଗନଗର କାରଖାନାରୁ ଲିକ୍ୱିଡ୍ ମେଡିକାଲ୍ ଅକ୍ସିଜେନ୍ (ଏଲ୍‌ଏମ୍‌ଓ) ଯୋଗାଣ ଆରମ୍ଭ ହୋଇଛି । ସାତଟି କ୍ରାୟୋଜେନିକ୍ କଣ୍ଟେନର ଥିବା ଏହି ଅକ୍ସିଜେନ୍ ଟ୍ରେନ୍ ଓଡ଼ିଶାର ଯାଜପୁର ଜିଲ୍ଲାର କଳିଙ୍ଗନଗରରୁ ଦିଲ୍ଲୀକୁ ୧୩୨ ଟନ୍ ଲିକ୍ୱିଡ ମେଡିକାଲ୍ ଅକ୍ସିଜେନ୍ ନେଇ ଯାତ୍ରା କରିଛି । ଟାଟା ଷ୍ଟିଲ୍‌ର କଳିଙ୍ଗନଗର କାରଖାନାରୁ ଏଲ୍‌ଏମ୍‌ଓ ପରିବହନ କରିଥିବା ଏହା ପ୍ରଥମ ଅକ୍ସିଜେନ୍ ଏକ୍ସପ୍ରେସ୍ । ଟାଟା ଷ୍ଟିଲ୍‌ର କଳିଙ୍ଗନଗର କାରଖାନା ଓଡ଼ିଶା ସମେତ ଭାରତର ବିଭିନ୍ନ ରାଜ୍ୟକୁ ସଡ଼କ ପଥ ଜରିଆରେ ୩୬୩୦ ଟନ୍ ଲିକ୍ୱିଡ୍ ଅକ୍ସିଜେନ୍ ପଠାଇ ସାରିଲାଣି ।

ଦେଶରେ ଦେଖାଦେଇଥିବା କୋଭିଡ୍‌-୧୯ର ଦ୍ୱିତୀୟ ଲହରରେ ମେଡିକାଲ୍ ଅକ୍ସିଜେନ୍ ପରିବହନରେ ଆହ୍ୱାନକୁ ଦୃଷ୍ଟିରେ ରଖି ଦେଶର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଶୀଘ୍ର ଓ ସମୟୋପଯୋଗୀ ଭାବେ ମେଡିକାଲ୍ ଅକ୍ସିଜେନ୍ ଯୋଗାଣକୁ ନିଶ୍ଚିତ କରିବା ଲାଗି ଭାରତୀୟ ରେଳ ପକ୍ଷରୁ ଅକ୍ସିଜେନ୍ ଏକ୍ସପ୍ରେସ୍ ଅଭିଯାନର ଶୁଭାରମ୍ଭ କରାଯାଇଛି ।

ଏହି ଜାତୀୟ ଜରୁରୀକାଳୀନ ସ୍ଥିତି ପ୍ରତି ପ୍ରତିକ୍ରିୟା ସ୍ୱରୂପ ଟାଟା ଷ୍ଟିଲ୍ ପକ୍ଷରୁ ଏହାର ଜାମ୍‌ସେଦପୁର, କଳିଙ୍ଗନଗର ଓ ଢେଙ୍କାନାଳରେ ଥିବା ଉତ୍ପାଦନ ୟୁନିଟ୍‌ରୁ ଦୈନିକ ଲିକ୍ୱିଡ୍ ମେଡିକାଲ୍ ଅକ୍ସିଜେନ୍ ବିଭିନ୍ନ ରାଜ୍ୟଗୁଡ଼ିକୁ (ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଝାଡ଼ଖଣ୍ଡ, ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ହରିୟାଣା ଓ ଦିଲ୍ଲୀ)କୁ ଯୋଗାଇ ଦିଆଯାଇଛି । ୨୦୨୧ ମେ’ ୮ରେ କଂପାନି ତରଫରୁ ଏହାର ବିଭିନ୍ନ କାରଖାନାରୁ ୧୩୦୦ରୁ ଅଧିକ ଟନ୍‌ର ଏଲ୍‌ଏମ୍‌ଓ ଯୋଗାଇ ଦିଆଯାଇଥିଲା ।

ଓଡ଼ିଶାରେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶନ ଏବଂ ସଂପୃକ୍ତ ଜିଲ୍ଲା ପ୍ରଶାସନ ସହାୟତାରେ ଯାଜପୁର ଜିଲ୍ଲାର ଟାଟା ଷ୍ଟିଲ୍‌ର କଳିଙ୍ଗନଗର କାରଖାନା ଏବଂ ଢ଼େଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ପ୍ଲା୍ ଏହି ଉଦ୍ୟମରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଛନ୍ତି ଏବଂ ଦୈନିକ ଭିତ୍ତିିରେ ଏହି କାରଖାନାଗୁଡ଼ିକରୁ ଅକ୍ସିଜେନ୍ ଧାର୍ଯ୍ୟ କରାଯାଇଥିବା ରାଜ୍ୟଗୁଡ଼ିକୁ ପଠାଯାଉଛି ।

ଯାଜପୁର ଜିଲ୍ଲାର ଡୁବୁରିରେ ଏକ ପୂର୍ଣ୍ଣ ବ୍ୟବସ୍ଥିତ ଆଇସିୟୁ ସୁବିଧା ସହିତ ଟାଟା ଷ୍ଟିଲ୍ ମେଡିକା କୋଭିଡ୍ ହସ୍ପିଟାଲ୍ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି ଏବଂ ଏହା ଯାଜପୁର ଏବଂ ଆଖପାଖ ଜିଲ୍ଲାର ରୋଗୀଙ୍କୁ ସେବା ଯୋଗାଉଛି । କଂପାନି ପାଣ୍ଠିରେ ଗଞ୍ଜାମ ଜିଲ୍ଲାର ସୀତଳାପଲ୍ଲୀ ଠାରେ ୫୫ଟି ଆଇସିୟୁ ଶଯ୍ୟା ଓ ଭେଣ୍ଟିଲେଟର୍ ସମେତ ୨୦୦ ଶଯ୍ୟାର ଟାଟା କୋଭିଡ୍ ହସ୍ପିଟାଲ୍ ସ୍ଥାପନ କରି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି ଯାହା ହାଇ-ଟେକ୍ ହସ୍ପିଟାଲ୍ ମାର୍ଗଦର୍ଶନରେ ପରିଚାଳିତ ହେଉଛି ।

Leave a Reply

Your email address will not be published. Required fields are marked *

You cannot copy content of this page